Image 1710334825

୨ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ ୩ ଗୁରୁତର

State

ଆନନ୍ଦପୁର : ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଯାଉଥିବା ଦୁଇ ବାଇକର ୪ ଜଣ ଆରୋହୀ ଲୁହାପଥର ବୋଝେଇ ଟ୍ରକରେ ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବାଇକ ଆରୋହୀଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।