Accident 3

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଟାୟାର ଜାଳି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

Crime State

ଭଦ୍ରକ : ଛାତ୍ରୀଙ୍କ ଉପରେ ମାଡ଼ିଗଲା କାର। ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଛାତ୍ରୀ ଜଣକ କଲେଜ ଯାଉଥିବା ସମୟରେ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଖି ବୁଜିଲେ ଛାତ୍ରୀ । ପ୍ରତିବାଦରେ ଉତ୍ୟକ୍ତ ଲୋକ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁରରେ ଉଭୟ ପାର୍ଶ୍ବରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତିହିଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଜବତ କରିବା ସହ ଡ୍ରାଇଭରକୁ ଥାନାକୁ ନେଇଛି ।