Caa 1710161448

ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯, ବିଜ୍ଞପ୍ତି ଜାରି କଲେ ଗୃହ ମନ୍ତ୍ରାଳୟ

National & International

ନୂଆଦିଲ୍ଲୀ : ଦେଶରେ ଲାଗୁ ହେଲା ସଂଶୋଧିତ ନାଗରିକତା ଆଇନ-୨୦୧୯ । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ବଡ଼ ପଦକ୍ଷେପ । ନାଗରିକତା ସଂଶୋଧିତ ଆଇନ୍‌(୨୦୧୯)ର ନିୟମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା CAA । ଡିସେମ୍ବର ୨୦୧୯ରେ ସଂସଦରେ ପାରିତ ହୋଇଥିଲା ନାଗରିକତା ସଂଶୋଧନ ଆଇନ । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ନିର୍ଯାତନା ଯୋଗୁ ଭାରତ ଆସିଥିବା ସଂଖ୍ୟା ଲଘୁଙ୍କୁ ମିଳିବ ଭାରତର ନାଗରିକତା । ୬ ଅଣ ମୁସଲିମ୍ ଶରଣାର୍ଥୀ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ମୁସଲିମ୍ ହୋଇଥିଲେ ଯୋଗ୍ୟ ବିବେଚିତ ହେବେ ନାହିଁ |