Kidnap Story Jhadpada

ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ

State

ଭୁବନେଶ୍ୱର : ପ୍ରେମିକକୁ ଅପହରଣ ଷଡ଼ଯନ୍ତ୍ର ରଚିଲା ପ୍ରେମିକା ।  ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଭଉଣୀ ଦେଉଥିଲା ଧମକ । ରାଜଧାନୀରୁ ଆସିଲା ହେଟ୍ ଲଭ ଷ୍ଟୋରି ଘଟଣା ।  ପ୍ରେମିକାର ଚରିତ୍ରକୁ ପ୍ରେମିକ ସନ୍ଦେହ କରିବାରୁ ପ୍ରେମିକା ଅପରାଧୀଙ୍କୁ ଲଗେଇ କଲା ଆପହରଣ ।  ପ୍ରେମିକା ସମେତ ୫ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ ।

ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରୁ ଆସିଛି ସଙ୍ଗୀନ ଘଟଣା ।  ମାର୍ଚ୍ଚ ୩୧ ତାରିଖରେ ଖାରବେଳ ନଗର ଥାନାରେ ଝାରପଡ଼ାର ସୋମନାଥ ସ୍ୱାଇଁକୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଭଉଣୀ । ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ୩ ଟିମ୍ ଗଠନ କରିଥିଲା ।  ସ୍ପେଶିଆଲ ସ୍କ୍ୱାଡ, ଖାରବେଳ ନଗର ଓ ଜଟଣୀ ପୋଲିସ ଟିମ ଗଠନ କରଯାଇଥିଲା।

କଲ୍ ଆସିଥିବା ନମ୍ୱରକୁ ଟ୍ରାକ କରିବା ପରେ ସୋମନାଥ ଖଣ୍ଡଗିରି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ ।  ସୋମନାଥକୁ ଉଦ୍ଧାର ପରେ ପ୍ରେମିକା ପ୍ରାପ୍ତି ଶର୍ମା ସମ୍ପର୍କୀୟଙ୍କ ସହ ମିଶି ଅପହରଣ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।  ଉଭୟ ସୋମନାଥ ଓ ପ୍ରାପ୍ତି ଖାରବେଳ ନଗରରେ ଏକ ଘର ଭଡ଼ା ନେଇ ଲିଭ୍ ଇନରେ ରହିଥିଲେ ।

ସୋମନାଥ ପ୍ରାପ୍ତିଙ୍କ ଚରିତ୍ର କୁ ସନ୍ଦେହ କରି ଝଗଡ଼ା କରିଥିଲେ ।  ପ୍ରାପ୍ତି ରାଗିଯାଇ ଖାରବେଳ ନଗରରେ ରହୁଥିବା ଭଡ଼ା ଘର ପାଖରୁ ଅପହରଣ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ କରିଛି ପୋଲିସ ।