ବାରିପଦା : ସ୍ଥାନୀୟ ଭଂଜପୁର ଠାରେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ମୟୁରଭଞ୍ଜ ଶାଖାର ବୈଠକ ସଭାପତି ମୁକ୍ତେଶ୍ୱର ଜୀଉଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟତଃ ଦୁର୍ନୀତି ମୁକ୍ତ ସମାଜ ଗଠନ ସକାଶେ ଜନସଚେତନତା ସୃଷ୍ଟି କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ସିଦ୍ଧାନ୍ତ ନିଆଯାଇଥିଲା I ତତସହିତ ବର୍ତମାନ ପରିସ୍ଥିତିରେ ରୋଷେଇ ଗେସ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲା କତୃପକ୍ଷଙ୍କ ସହ ତୁରନ୍ତ ଆଲୋଚନା କରିବା ପାଇଁ ସିଦ୍ଧାନ୍ତ ନିଆଗଲା I ବାହାର ରାଜ୍ୟକୁ ଗୋ ଚାଲାଣ କିଭଳି ବନ୍ଦ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I ଏହି ବୈଠକରେ ଉପ ସଭାପତି ଦିଲ୍ଲୀପ କୁମାର ଦାସ, ସମ୍ପାଦକ ସୁନୀଲ କୁମାର ହୋତା, ସହ ସମ୍ପାଦକ ସଞ୍ଜୟ କୁମାର ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ରାଧାଗୋବିନ୍ଦ ବେହେରା, ମୁଖ୍ୟ ଉପଦେଷ୍ଟା ବିଭୁତି ଭୂଷଣ ସଦୁଆଳ, ଆଜୀବନ ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା, ଭାନୁପ୍ରତାପ ଭଞ୍ଜଦେଓ, ରାମଚନ୍ଦ୍ର ବିନ୍ଧାଣି, ଅରୁଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ I ଏହି ଅବସରରେ ନୂତନ ସଦସ୍ୟ ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ରସାନନ୍ଦ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ ଓ ସାମାଜିକ କର୍ମୀ ପରେଶ ଚନ୍ଦ୍ର ଧଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା I
