Rain Water Dropping From Roof In Day Time. Raining In Motion. Slow Motion.

ରାଜଧାନୀରେ ହାଲୁକା ବର୍ଷା; ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

State

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ତାତି ଭିତରେ ଗୁରୁବାର ଅଦିନିଆ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ଭୁବନେଶ୍ୱରର କେତେକ ସ୍ଥାନରେ ଆଜି ସନ୍ଧ୍ୟାରେ ହାଲୁକା ବର୍ଷା ହୋଇଛି। ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ବର୍ଷା ହୋଇନଥିଲେ ବି କଳାବାଦଲ ଘୋଡ଼େଇ ହୋଇଛି। ଆକାଶ ମେଘାଚ୍ଛନ୍ନ ଥିବା ଦେଖିବାକୁ ମିଳିଛି ।
କମ୍ ଦିନର ଶୀତ ପରେ ଗରମ ଧୀରେଧୀରେ ବଢିବାକୁ ଲାଗିଥିଲା। ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମର ସୂଚନା ମିଳି ସାରିଥିଲା। ଆଉ ଏହାରି ଭିତରେ ଅଦିନିଆ ବର୍ଷା ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ବର୍ଷା କାରଣରୁ ତାପମାତ୍ରା ସାମାନ୍ୟ ତଳକୁ ଖସିଛି।