Zz

ଉଜ୍ଜୟିନୀ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି, ଶୁଭିଲା ‘ମୋଦୀ ମୋଦୀ’ ସ୍ଲୋଗାନ

National & International

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚିଛି। ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି ପୂଜାର୍ଚ୍ଚନା କରିଥିଲୋ । ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ ରାହୁଲ ଗାନ୍ଧିଙ୍କୁ ବାରଣ କରାଯାଇଥିଲା । ମହାଶିବରାତ୍ରୀ ପାଇଁ ଗର୍ଭଗୃହରେ ବିଶେଷ କର୍ମକାଣ୍ଡ ଚାଲିଥିବାରୁ ଲୋକମାନଙ୍କୁ ସେଠାକୁ ଯିବାକୁ ବାରଣ କରାଯାଉଛି । ରାହୁଲଙ୍କ ସହ କମଲନାଥଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ରାହୁଲ ମନ୍ଦିର ଭିତରକୁ ଯାଉଥିବାବେଳେ କେତେକ ଲୋକ ମୋଦୀ ମୋଦୀ ସ୍ଲୋଗାନ ଲଗାଇଥିଲା । ତେବେ ରାହୁଲ ତାହାର କୌଣସି ପ୍ରତିକ୍ରିୟା ଦେଇନଥିଲେ ।
ଏହା ପୂର୍ବରୁ ମଙ୍ଗଳବାର ରାହୁଲଙ୍କ ଯାତ୍ରା ମଧ୍ୟପ୍ରଦେଶର ଶାଜାପୁର ସହର ଦେଇ ଯାଇଥିବା ବେଳେ କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ। ଏହା ପରେ ରାହୁଲ ତାଙ୍କ ଗାଡ଼ି ଅଟକାଇ ସ୍ଲୋଗାନ ଦେଇଥିବା ବିଜେପି କର୍ମୀଙ୍କୁ ଭେଟିଥିଲେ । ଏହି ସମୟରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ବିଜେପି କର୍ମୀଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଇବା ପରେ ଗାନ୍ଧି ନିଜ ଗାଡ଼ିକୁ ଫେରିଥିଲେ। ଏହାପରେ ରାହୁଲ ବିଜେପି କର୍ମୀଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।