Untitled 1

ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ, ୭ ଜାହାଜ

National & International

ତାଇପେଇ : ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି ।
ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଜି ସକାଳ ୬ଟା ବେଳେ ତାଇୱାନ ଚାରିପାଖରେ କାର୍ଯ୍ୟରତ ୧୯ଟି ପିଏଲଏ ବିମାନ ଏବଂ ୭ଟି ପିଏଲଏ ଜାହାଜ ଠାବ କରାଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ତାଇୱାନ ସୀମା ନିକଟରେ ଚୀନର ଲଢୁଆ ବିମାନ ଠାବ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଚୀନ ଅନେକ ଥର ଏହି କାର୍ଯ୍ୟକଳାପ କରିସାରିଛି। ଏପରି କରି ଚୀନ୍ କ୍ରମାଗତ ଭାବେ ତାଇଓ୍ଵାନ ଉପରେ ଚାପ ପକାଉଛି।

ଦାବି ଅନୁଯାୟୀ, ଚୀନର ୧୨ଟି ବିମାନ ତାଇଓ୍ଵାନ ଷ୍ଟ୍ରେଟ୍ (ପ୍ରଣାଳୀ)ର ମଧ୍ୟମ ସୀମା ଅତିକ୍ରମ କରି ଭିତରକୁ ପ୍ରବେଶ କରିଥିଲା। ତାଇୱାନର ଉତ୍ତର, ଦକ୍ଷିଣ-ପଶ୍ଚିମ ଏବଂ ପୂର୍ବ ଏଡିଆଇଜେଡ୍ ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ଆଜି ସକାଳ ୬ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୯ଟି ଚୀନ୍ ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଚୀନର ୧୨ଟି ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ବିମାନ ମଧ୍ୟରୁ ୧୯ଟି ତାଇଓ୍ଵାନ୍ ଷ୍ଟ୍ରେଟ୍ ମିଡ୍ ଲାଇନ୍ ଅତିକ୍ରମ କରିଛି। ତାଇଓ୍ଵାନ୍ ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ନଜର ରଖିବା ପାଇଁ ତାଇଓ୍ଵାନ୍ ବିମାନ ଏବଂ ନୌସେନା ଜାହାଜ ପଠାଇଛି ଏବଂ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ମୁତୟନ କରିଛି।