Onn 3

ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

National & International

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ବୁଲଦାଣା ବସ ଦୁର୍ଘଟଣା ପରେ ପିଏମଓ ଟୁଇଟ କରିଛନ୍ତି ଯେ, ବସ ଦୁର୍ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ । ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ମୃତକଙ୍କ ପରିବାର ସହିତ ଅଛି। ଏହା ସହିତ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଯାଉଛି।