Onn 3

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

National & International

ଶ୍ରୀନଗର:ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଶୁକ୍ରବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ  ମନୋଜ ସିଂହ୍ନା ଜମ୍ମୁ ବେସ କ୍ୟାମ୍ପର ଯାତ୍ରୀ ନିବାସରେ ପତାକା ଦେଖାଇ ପ୍ରଥମ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ବ୍ୟାଚରେ ୪୮୮ ତୀର୍ଥଯାତ୍ରୀ ଅମରନାଥ ଦର୍ଶନରେ ଯାଉଛନ୍ତି ।

ତୀର୍ଥ ଯାତ୍ରୀଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩, ୮୮୦ ମିଟର ଉଚ୍ଚରେ ଥିବା ବାବା ଅମରନାଥଙ୍କ ଗୁମ୍ଫାକୁ ଯିବା ପାଇଁ ରାସ୍ତାର ଦୁଇ ପଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛଇ । ଏହି ୬୨ ଦିନର  । ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ଆତଙ୍କବାଦୀଙ୍କ ଧମକ ପରେ ୬୦ ହଜାର ସୁରକ୍ଷାକର୍ମୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ।

ଆଜି ଯାତ୍ରାଆରମ୍ଭ କରିଥିବା ଶ୍ରଦ୍ଧାଳୁମାନେ ଜୁଲାଇ ୧ ତାରିଖରେ କାଶ୍ମୀରରେ ପହଞ୍ଚିବେ । ବର୍ତ୍ତମାନ ସୁଦ୍ଧା ୩୫୦୦ ତୀର୍ଥଯାତ୍ରୀ ଜମ୍ମୁ ବେଶ କ୍ୟାମ୍ପରେ ପହଞ୍ଚିଛନ୍ତି । ତେବେ ଅନଲାଇନରେ ୩ ଲକ୍ଷ ଯାତ୍ରୀ ଅମରନାଥ ଯାତ୍ରା କରିବେ ବୋଲି ନାଁ ରେଜିଷ୍ଟ୍ରେଶନ କରିଥିବା ଅଧିକାରୀ ସୂତ୍ରରୁ ପ୍ରକାଶ