Sww

ଜନ୍ମମାଟି ରେ ମହାମହିମ ରାଷ୍ଟ୍ରପତି କଲେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

State

ମା କିଚକେଶ୍ୱରିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ମହାମହିମ

ମୟୂରଭଞ୍ଜ ର ପ୍ରକୃତ ପରିଚୟ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମାଆ: ରାଷ୍ଟ୍ରପତି

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୂ ବୁଧବାର ଦିନ, ନିଜ ଜନ୍ମଭୂମି ମୟୂରଭଞ୍ଜ ଗସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମାନଙ୍କର ଭିତ୍ତପ୍ରସ୍ତରର ଶିଳାନ୍ୟାସ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି, ସୁକ୍ରୁଳି ସ୍ଥିତ ପାଣ୍ଡରା ଫୁଟବଲ ପଡିଆ ହେଲିପ୍ୟାଡ ଠାରେ ଅବତରଣ କରି ଖିଚିଁ ସ୍ଥିତ ମାଆ କିଚକେଶ୍ୱରିଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସାରିବା ପରେ ମନ୍ଦିରରେ ପ୍ରସାଦ ସେବନ କରିଥିଲେ। ପରବର୍ତ୍ତୀ ସମୟରେ ଦାଣ୍ଡବୋସ ସ୍ଥିତ ହେଲିପ୍ୟlଡ୍ ରେ ଅବତରଣ କରି, ମହାମହିମ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ବୈଠକରେ ଯୋଗଦାନ କରିଥିଲେ। ସେଠାରେ ତାଙ୍କ କରକମଳ ରେ ରାଇରଙ୍ଗପୁର ମହୁଲଡିହା ଅବକାଶ ଗୃହ ର ଶିଳାନ୍ୟାସ କରିବା ସହିତ ଆଭାସୀ ଜରିଆରେ ଅନେକ ଗୁଡ଼ିଏ ଜନାଭିମୁଖି ପ୍ରକଳ୍ପର ଲୋକାର୍ପଣ ତଥା ନୂତନ ଶିଳାନ୍ୟାସ ଉଦ୍ଘାଟନ ଇତ୍ୟାଦି କରିଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସ୍ଥିତ ଜାତୀୟ ରାଜପଥରେ ଟୁ- ଲେନ୍ ବାଇପାସ୍ ରୋଡ୍ ନିର୍ମାଣ, ରାଇରଙ୍ଗପୁର – ଯଶିପୁର ଷ୍ଟ୍ରେଚ ସାମର୍ଥିକରଣ, ବଡ଼ସାହି ସ୍ଥିତ ଏକଲବ୍ୟ ମଡେଲ ସ୍କୁଲର ଉଦ୍ଘାଟନ ଏବଂ ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ର ଶିଳାନ୍ୟାସ କରିଥିଲେ। ସୁଚନଥାଉକି, ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ମହମହିମଙ୍କ ସହିତ ମନ୍ଦିର ଦର୍ଶନ ସମେତ ଆଭସି ବୈଠକରେ ମଧ୍ୟ ଯୋଗଦେଇଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଦାସ କହି ଥିଲେ ଯେ ଶିକ୍ଷା ହିଁ ଭବିଷ୍ୟତର ମୂଳ ଆଧାର ଏବଂ ମହାମହିମ ରାଷ୍ଟ୍ରପତି ଆଜି ଶିକ୍ଷାର ପ୍ରସାର ପାଇଁ ବିହିତ ପଦକ୍ଷେପ ନେଇଥିବାରୁ ସମଗ୍ର ରାଜ୍ୟ ଅତି ଆନନ୍ଦିତ।

ଏଥି ସହିତ ମାନ୍ୟବର ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ୱର୍ ଟୁଡୁ ଏବଂ ରାଜ୍ୟ ମନ୍ତ୍ରୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା, ଏବଂ ଯୁବଶକ୍ତି, ଶ୍ରୀ ତୁଷାରକାନ୍ତି ବେହେରା, ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝି, କେନ୍ଦ୍ରୀୟ ପୂର୍ତ୍ତ ବିଭାଗ, ମହା ନିର୍ଦ୍ଦେଶକ ଶ୍ରୀ ରାଜେଶ କୁମାର କୌଶଳ ଯୋଗଦାନ କରିଥିଲେ।

ନିଜ ବକ୍ତବ୍ୟରେ ମହାମହିମ କହିଥିଲେ ଯେ ଜନ୍ମମାଟି ଏବଂ ଜନ୍ମଭୂମି ର ସ୍ନେହ ଏବଂ ଦେଶ ପ୍ରତି ଥିବା ଭକ୍ତି ମୋତେ ଆଜି ପୁନର୍ବାର ବାଧ୍ୟ କରିଛି ଏହି ମାଟିକୁ ଆସିବାକୁ। ଶିକ୍ଷା ହିଁ ଦେଶରେ ପ୍ରଗତି ଆଣିବ ଏବଂ ଶିକ୍ଷା ସହିତ କ୍ରୀଡାର ବିକାଶ ହେବା ପାଇଁ ଅନନ୍ୟ ବିଶେଷତ୍ଵ ରହିଛି। ଏଠାକାର ସମସ୍ତ ଆଦିବାସୀ କ୍ରୀଡାବିତ୍ ମାନେ ମଧ୍ୟ ଜାତୀୟ ସ୍ତରର ଶିକ୍ଷା ପାଇବେ ଏହା ହିଁ ଆମର ଲକ୍ଷ୍ୟ।

ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ ସୁଶ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଇଥିବା ବେଳେ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହଯୋଗ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକଙ୍କ ପରିଚାଳନାରେ ଉପଖଣ୍ଡ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସଫଳ ରୂପେ ପ୍ରଚାର ପ୍ରସାର ହୋଇଥିଲା।