Img 20240227 Wa0263

ଆଦିବାସୀ ଭବନ ର ଭୂମିପୂଜନ ଉତ୍ସବ

State

ବାରିପଦା: ସ୍ଥାନୀୟ ଦେବେନ୍ଦ୍ର ପୁର ଥରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ଵାରା ନିର୍ମିତ ହେବାକୁ ଥିବା ଆଦିବାସି ଭବନ ର ଭୂମିପୂଜନ ମାନ୍ୟବର ମନ୍ତ୍ରୀ ଶ୍ରଯୁକ୍ତ ସୁଦାମ ମାର୍ଣ୍ଡୀ ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମାନଙ୍କ କଳା ସଂସ୍କୃତି ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଙ୍କ ପାଇଁ ବାଦ୍ୟଯନ୍ତ୍ର ଦେବାଠୁ ଆରମ୍ଭ କରି ଧର୍ମପିଠ ର ସୁରକ୍ଷା ଯାଏଁ ସବୁ ପ୍ରୟାସ ଜାରି ରଖିଛନ୍ତି। ତାର ଅଂଶବିଶେଷ ସ୍ୱରୂପ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଗୋଟିଏ ଆଦିବାସୀ ଭବନ ର ପରିକଳ୍ପନା କରାଯାଇ ଆଜି ତାର ଶିଳାନ୍ୟାସ କରାଯାଇଛି। ଆଦିବାସୀ ମାନଙ୍କ ଭ।ବବିନିମୟ ଠୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏଁ ସବୁ କାର୍ଯ୍ୟର ସୁବିଧା ଏଇ ଭବନରେ ରହିବା। ଏପରି ବ୍ୟବସ୍ଥା କେବଳ ଆଦିବାସୀ ମାନଙ୍କ ପାଇଁ କୋଉଠି ବି ନଥିଲା। ତେଣୁ ଏପରି ଭବନର ନିର୍ମାଣ କୁ ସମସ୍ତ ମହଲ ରେ ସ୍ଵାଗତ କରାଯାଇଛି। ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଡ଼ ଦେବାଶିଷ ମାର୍ଣ୍ଡି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ମାନଙ୍କ ପାରମ୍ପରିକ ଶୈଳୀରେ ପୂଜା କରାଯାଇ ଆରମ୍ଭ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ଓ ହରିଜନ ସଂଖ୍ୟାଲଘୁ ଉନ୍ନୟନ ବିଭାଗର ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମ।ର୍ଣ୍ଡି, ମୋରୋଡା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଭାରତୀ ହାଁସଦା, MCC ବ୍ୟାଙ୍କ୍ ର ଅଧ୍ୟକ୍ଷ ଶ୍ରୀ ସବ୍ରମଣିଅମ୍ ମହାନ୍ତି, ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଜିତେନ୍ଦ୍ର ମହାନ୍ତି, ମ୍ୟୁନିସିପାଲଟି ଚେୟାରମେନ ଶ୍ରୀ କୃଷ୍ଣନନ୍ଦ ମହାନ୍ତି, ପ୍ରକଳ୍ପ ପ୍ରଶାସକ, ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା ବାରିପଦା , ଶ୍ରୀ ରାମଚନ୍ଦ୍ର ସୋରେନଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟକ୍ଷ। ଶ୍ରୀମତୀ କମଳା ତିରୀୟା ଏବଂ ଅନ୍ୟାନ୍ୟ ସଭ୍ୟ ଏବଂ ସଭ୍ୟା ମାନେ ଉପସ୍ଥିତ ଥିଲେ। ଶହ ଶହ ଆଦିବାସୀ ଭାଇ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ପାଖାପାଖି ଚାରି କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଏହି ଭବନ ଆଦିବାସୀ ମାନଙ୍କ ଧର୍ମବିଶ୍ଵ।ସ୍ କୁ ବଞ୍ଚେଇ ରଖିବା ସାଙ୍ଗେ ସଙ୍ଗେ ଆଦିବାସୀ ମାନଙ୍କ ଏକତା ବଞ୍ଚାଇ ରଖିବା ବୋଲି ମତ ପ୍ରକାଶ ପାଇଛି।