Cd880ad9 5f9e 4ead A705 D5d6be246a30 750x430

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ମନୋରଞ୍ଜନ ସେଠୀ

Politics State

ବେତନଟୀ  : ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ, ବଡ଼ସାହି ବ୍ଲକ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ଲଲାଟେନ୍ଦୁ ବେହେରା, କରମଚାନ୍ଦ କାଳନ୍ଦୀ, ଯାମିନକାନ୍ତ ନାଏକ, ତପନ ପତି, ସନ୍ତକ ଲେଙ୍କା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଜେଏମଏମ, ବିଜେପି, କଂଗ୍ରେସ ଛାଡ଼ି ବହୁ ସଂଖ୍ୟକ କର୍ମକର୍ତ୍ତାମାନେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ହଜାର ହଜାର ସଂଖ୍ୟକ ଲୋକମାନେ ଯୋଗ ଦେଇଛନ୍ତି। ତେବେ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା। ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ। ମାତ୍ର ସେଠାରେ ତାଙ୍କୁ ବିଜେପି ଗୁରୁତ୍ୱ ଦେଇ ନଥିଲା। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ସହ ସେ ପୁଣି ବିଜେଡିରେ ଯୋଗଦାନ କରିଛନ୍ତି।