Image 1708090795

‍ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

Politics State

ଭୁବନେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ରାଜନଗର ନିର୍ବାଚନମଣ୍ଡଳୀର ହଜାର ହଜାର ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ ଆସି ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ସାମିଲ ହୋଇଛନ୍ତି ଅଂଶୁମାନ ମହାନ୍ତି।

ଆଜିର ମିଶ୍ରଣ ପର୍ବରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ସାଂସଦ ମାନସ ମଙ୍ଗରାଜ,ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଏବଂ କେନ୍ଦ୍ରାପଡା ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ପ୍ରତାପ ଦେବ,ଅତନୁ ସବ୍ୟସାଚୀ ନାୟକ,ରାଜନଗର ବିଧାୟକ ଧ୍ରୁବ ସାହୁ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡା ରାଜନଗରରୁ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଅଂଶୁମାନ କଂଗ୍ରେସରୁ ବିଧାୟକ ଥିଲେ। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଏବେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡାରେ ଅଂଶୁମାନଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସେ ରାଜନଗରରୁ ବିଧାୟକ ଭାବେ ପ୍ରାର୍ଥୀ ହେବେ ନ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଅଂଶୁମାନଙ୍କୁ ପ୍ରାର୍ଥୀ କରିବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା।