Image 2024 02 14t120631.880

ଶ୍ରୀଜିଉଙ୍କୁ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ୫-ଟି ସଚିବ

State

ପୁରୀ: ପୁରୀ ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ । ଆଜି ପବିତ୍ର ସରସ୍ବତୀ ପୂଜା ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ୫-ଟି ସଚିବ । ଏହି ସମୟରେ ନବ ନିର୍ମିତ ପରିକର୍ମାପ୍ରକଳ୍ପ ମାର୍ଗ ବୁଲି ଦେଖିଛନ୍ତି । ଏହାସହ ପରିକ୍ରମା ମାର୍ଗରେ ଅନ୍ତଃପ୍ରଦକ୍ଷିଣ କରୁଥିବା ଭକ୍ତ ଓ ଦର୍ଶନାର୍ଥିଙ୍କୁ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଓ ପରେ ଏହାର ସ୍ଥିତି ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମିକ୍ଷା କରିଛନ୍ତି । ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ । ହେଲେ ବର୍ତ୍ତମାନ ମଧ୍ୟ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ବୁଲି ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ।