Nua O Odia Sahitya Pratijogita

ଓଡ଼ିଆ ଭାଷା ସୁରକ୍ଷାରେ ବିଦ୍ୟାର୍ଥୀଙ୍କ ଭୂମିକା ସଂକ୍ରାନ୍ତ ଆଲୋଚନା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମଣିଜଙ୍ଗ ଠାରେ ଥିବା ଭଗବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରରୀପ୍ରେକ୍ଷୀରେ ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ ବ୍ୟାପକ ସଚେତନତା କରାଯାଇଛି । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ନୂଆ-ଓ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା,ସାହିତ୍ୟ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି । ଏହାର ଉଦଯାପନୀ ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ନାୟକଙ୍କ ସଭାପତିତ୍ୱରେ ଓଡ଼ିଆ ଭାଷା ସୁରକ୍ଷାରେ ବିଦ୍ୟାର୍ଥୀଙ୍କ ଭୂମିକା ସଂକ୍ରାନ୍ତ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ବେଦବ୍ରତ , ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱଜିତ ମହାନ୍ତି,ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ,ଅଧ୍ୟାପିକା ମାନସୀ ରାଉତରାୟ, ଅଧ୍ୟାପକ ଆଶିଷ ପରିଡ଼ା, ଅଧ୍ୟାପିକା କଳ୍ପନା ମହାନ୍ତି,ଅଧ୍ୟାପକ ବିକଶ ଚନ୍ଦ୍ର ସୂତାର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ବିଦ୍ୟାର୍ଥୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସତ୍ୟନାରାୟଣ ବରାଳ,ସରୋଜ କୁମାର ସିଂଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।