Onn 3

ଆସନ୍ତା ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡ ପକ୍ଷରୁ ଜାରି ହେଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

State

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ପକ୍ଷରୁ ଆୟୋଜିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବ। ଏଥିପାଇଁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ସମସ୍ତ ତଥ୍ୟ ବୋର୍ଡର ୱେବସାଇଟ୍ www.bseodisha.ac.inରେ ଅପ୍‌ଲୋଡ୍‌ କରାଯାଇଛି । ଏହି ୱେ୍‌ସାଇଟରେ କେଉଁ ସ୍କୁଲକୁ ପରୀକ୍ଷା କେନ୍ଦ୍ର, ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସ୍କୁଲର ସେଣ୍ଟର ପଡ଼ିଛି, ସେଠାରେ କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କେନ୍ଦ୍ର ପାଇଁ କେଉଁ ବିଷୟରେ କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, କେନ୍ଦ୍ରରେ କେତେଜେଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ତାର ତଥ୍ୟ ରହିଛି।
ହାଇସ୍କୁଲ୍‌ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୪), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର ଖାତା ମୂଲ୍ୟାୟନ ୨୦୨୪ ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇ ୧୨ ଦିନରେ ‌‌ଶେଷ କରାଯିବ।
ଅନ୍ୟପଟେ ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେଉଛି । ତା ପୂର୍ବରୁ ଆଜିଠାରୁ ପରୀକ୍ଷା ପରିଚାଳନା ହବ୍ ଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରି ୨୯ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଠାଯିବ।