Santrupt Misra.jpg

ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର

Politics State

 

Santrupt-Misra

ଭୁବନେଶ୍ୱର : ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ବିଭାଗ ମୁଖ୍ୟ ସଂତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।

ଏହାପରେ ସଂତୃପ୍ତ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଲି  । ମୁଖ୍ୟମନ୍ତ୍ରୀ ଜଣେ ଲୋକପ୍ରିୟ ଜନନେତା । ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେଉଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଅଭୂତପୂର୍ବ ଲୋକପ୍ରିୟତା ପାଇଛନ୍ତି । ଲୋକଙ୍କ ପାଇଁ କିଛି କାମ କରିବାର ଇଚ୍ଛା ରହିଛି । ଦଳ ଯେଉଁ ଦାୟିତ୍ବ ଦେବ ତୁଲାଇବି ବୋଲି ସେ କହିଛନ୍ତି ।