ବାରିପଦା: ବୃହତ ଝାଡ଼ଖଣ୍ଡ ଏବଂ ମା’ ମାଟି ଓ ମାନଙ୍କର ହକ୍ ନେଇ ୧୯୪୯ ମସିହାରେ ଫେବୃଆରୀ ୬ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତର ଗୁଣ୍ଡୁରିଆଠାରେ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଥିଲା । ଏହାକୁ ତତ୍କାଳୀନ ସରକାର ଭଣ୍ଡୁର କରିବା ପାଇଁ ନିରୀହ ଆଦିବାସୀଙ୍କ ଉପରେ ପୋଲିସ ସହାୟତାରେ ଅତର୍କିତ ଭାବେ ଗୁଳି ଓ ଲାଠି ଚାଳନା କରିଥିଲେ । ଏଥିରେ ବହୁତ ଆଦିବାସୀ ମୃତାହତ ହୋଇଥିଲେ । ତେଣୁ ସେହି ଦିନକୁ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୬ କୁ ଗୁଣ୍ଡୁରୀଆ ଶହୀଦ ଦିବସ ଭାବେ ପାଳନ କରା ଯାଇଆସୁଛି । ବିଭିନ୍ନ ସାମାଜିକ ସଂଗଠନ ଏବଂ ରାଜନୈତିକ ନେତୃବୃନ୍ଦ ଶହୀଦ ପୀଠରେ ଯୋଗ ଦେଇ ପୂଜାର୍ଚ୍ଚନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଦିଅନ୍ତି । ବିଶିଷ୍ଟ ଯୁବ ବିଜେଡ଼ି ନେତା ରାଇସେନ ମୁର୍ମୁ,ବହଳଦା ବ୍ଳକର ଵିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ଲାଲମୋହନ ବାରିକ , କମଳା ମିଶ୍ର,କାରାନ ମୁର୍ମୁ,ଦାମ ବେହେରା,ରାଜମଲ ମାର୍ଣ୍ଡୀ,ମିଣ୍ଟୁ ଭାଇ,ସୁଖୁମସି ମାର୍ଣ୍ଡୀ,ଏବଂ ଅନ୍ୟମାନେ ଶହୀଦ ପୀଠକୁ ଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।