Loot 3 1.jpg

ରାଜଧାନୀରେ ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର

Crime State

 

loot-3-1

ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା । ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାର। ମଞ୍ଚେଶ୍ବର ଥାନା ଭୋଟପଡା ଗାଁର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବାର ସୁଯୋଗ ନେଇ କବାଟ ତାଲା ଭାଙ୍ଗି ଲକର୍ ଭିତରୁ ୪କ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି । ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ । ଗତ କିଛିଦିନ ହେବ ମଞ୍ଚେଶ୍ବର ଅଞ୍ଚଳରେ ବାରମ୍ବାର ଲୁଟ୍ ହେଉଛି। ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ସ୍ଥାନୀୟ ଲୋକ ।