ଆର୍ଏଲ୍ଡି ବର୍ତ୍ତମାନ ଇଣ୍ଡିଆ ମେଣ୍ଟ ସହ ଅଛି। କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟନ୍ତଙ୍କ ସହ ମିଶି ସିଟ୍ ଶେୟାରିଂକୁ ନେଇ ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ୭ଟି ଲୋକସଭା ଆସନ ତାଙ୍କୁ ଅଫର୍ କରିଥିଲେ। ଏବେ କିନ୍ତୁ ବିଜେପି ଆର୍ଏଲ୍ଡିକୁ ଉତ୍ତରପ୍ରଦେଶରେ ୫ଟି ଆସନ ଅଫର୍ କରିଥିବା ସୂତ୍ରରୁ ସୂଚନା ମିଳିଛି।
ବିଜେପି ଜୟନ୍ତ ଚୌଧୁରୀଙ୍କୁ ୨ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା ଆସନ ଏବଂ ୟୁପିରେ ୨ଟି ମନ୍ତ୍ରୀ ପଦବୀ ପାଇଁ ଅଫର୍ ଦେଇଛି। ଆରଏଲଡି ସୂତ୍ରରୁ ପ୍ରକାଶ ଯେ ୟୁପିରେ ଅତି କମରେ ଲୋକସଭା ଆସନ, ଗୋଟିଏ ରାଜ୍ୟସଭା, କେନ୍ଦ୍ରରେ ଗୋଟିଏ ମନ୍ତ୍ରୀ ପଦ, ରାଜ୍ୟରେ ୨ ଟି ମନ୍ତ୍ରୀ ପଦବୀ ଏବଂ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଆରଏଲଡି ଦାବି କରୁଛି। ସମ୍ପ୍ରତି ସମାଜବାଦୀ ପାର୍ଟି ସହ ଆର୍ଏଲ୍ଡିର ମେଣ୍ଟ ରହିଛି।
କୁହାଯାଉଛି ଯେ, ଜୟନ୍ତ ଚୌଧୁରୀ ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ କରି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି। ନିର୍ବାଚନର ଦୁଇ ମାସ ପୂର୍ବରୁ ଏହି ଦୁଇ ଦଳ ହାତ ମିଳାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।