Onn 3

ବିଧାନସଭା ଶୂନ୍ୟକାଳରେ ଉଠିଲା ଗାଁ ସାଥୀ ପ୍ରସଙ୍ଗ

State

assemly

ଭୁବନେଶ୍ବର: ବିଧାନସଭା ଚାଲିବା ସମୟରେ ରାଜ୍ୟ ସରକାର ଅନେକ ଲୋକଙ୍କ ସମସ୍ୟା ସମାଧାନ ନ କରି ଥିବାରୁ ସେମାନେ ଲୋୟର ପିଏମଜିରେ ଧାରଣା ଦେଇଥାନ୍ତି। ଦିନେ ନୁହେଁ ଦୁଇ ଦିନ ନୁହେଁ ଦିନ ପରେ ଦିନ ଖରା, କାକର, ଭୋକ ଉପାସରେ ବସିଛନ୍ତି ଗାଁ ସାଥୀ।ସରକାର କାହିଁକି ତାଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୃହରେ କହିଲେ ଯେ ଏନଆରଜିଏସ ଓ ଗାଁ ସାଥୀମାନେ ପଞ୍ଚାୟତରାଜ ବିଭାଗରେ ଯାଉଛନ୍ତି। ସେମାନେ ଯେତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ତାଙ୍କୁ ତାଙ୍କ ଦାବି ମିଳୁ ନାହିଁ । ୨୦୦୮ ଏପ୍ରିଲରେ ଅର୍ଡର ଆସିଲା, ପୂର୍ବତନ ମନ୍ତ୍ରୀ ତଥା ବିଭାଗୀୟ ସଚିବ ସ୍ତରରେ ଆଲୋଚନା କଲେ ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ନ୍ୟାୟ ମିଳୁ ନାହିଁ। ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଗଲା, କିନ୍ତୁ ତାଙ୍କୁ ପ୍ରତାରଣା କରାଯାଉଛି। ତାଙ୍କର ତିନୋଟି ଦାବି ଗୁରୁତ୍ୱପୂର୍ଣ୍ଣ ଦାବି। ରାଜ୍ୟ ସରକାର ତାଙ୍କୁ ଧାରଣାରେ ବସାଇବା ପାଇଁ ବାଧ୍ୟ କରିଛନ୍ତି। ଧୀରେ ଧୀରେ ଧାରଣା ସ୍ଥଳରେ ଗାଁ ସାଥୀ ଯୋଡ଼ି ହେଉଛନ୍ତି। ୭୦ ହଜାର ଗାଁ ସାଥୀ ଅଛନ୍ତି, ତାଙ୍କୁ ଦରମା ନୁହେଁ ପ୍ରୋତ୍ସାହନ ରାଶି ଦିଅନ୍ତୁ ସରକାର ଏବଂ ଏଥିପାଇଁ ମନ୍ତ୍ରୀ ଓ ବିଭାଗକୁ ବାଚସ୍ପତି ନିର୍ଦେଶ ଦିଅନ୍ତୁ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ କଥାକୁ ଦୋହରାଇ ବାଚସ୍ପତିଙ୍କ ନିକଟରେ ନିବେଦନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗାଁ ସାଥୀଙ୍କ ଦାବି ଯଥାର୍ଥ। ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ସେ ବାଚସ୍ପତିଙ୍କୁ ନିବେଦନ କରିଥିଲେ।