Exam.jpg

ଜାରି ହେଲା ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡ

National & International

exam

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରବେଶ ପତ୍ର ବା ଆଡମିଟ୍ କାର୍ଡ ଜାରି କରାଯାଇଛି ।
ଏସବୁ ଆଡମିଟ୍ କାର୍ଡ ସିବିଏସଇ cbse.gov.in ଅଫିସିଆଲ ୱେବସାଇଟରେ ଉପଲବ୍ଧ । ସ୍କୁଲମାନେ ଏହି ପୋର୍ଟାଲ ମାଧ୍ୟମରେ ଲଗ୍ ଇନ୍ କରି ସିବିଏସ୍ଇ ଆଡମିଟ୍ କାର୍ଡ ୨୦୨୪ ଡାଉନଲୋଡ୍ କରିପାରିବେ। ସିବିଏସଇ ବୋର୍ଡର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସ୍କୁଲରୁ ଆଡମିଟ୍ କାର୍ଡ ନେବାକୁ ପଡିବ । ଦିନେ ଦୁଇ ଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଆଡମିଟ୍ କାର୍ଡ କେବେ ପାଇବେ ତାହା ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ପଡ଼ିବ।
ସିବିଏସଇ ଦଶମ, ଦ୍ୱାଦଶ ଆଡମିଟ୍ କାର୍ଡ ୨୦୨୪ରେ ଛାତ୍ରଛାତ୍ରୀଙ୍କ ନାମ, ରୋଲ ନମ୍ବର, ପରୀକ୍ଷା କେନ୍ଦ୍ର, ରିପୋର୍ଟିଂ ସମୟ ଇତ୍ୟାଦିର ବିବରଣୀ ରହିଛି। ସିବିଏସଇ ଆଡମିଟ୍ କାର୍ଡରେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ନିର୍ଦେଶନାମା ମଧ୍ୟ ରହିଛି, ଯାହା ସିବିଏସଇ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ।
ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ରେ ଶେଷ ହେବ । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ସିବିଏସଇ ବୋର୍ଡ ପରୀକ୍ଷା ଗୋଟିଏ ଦିନରୁ ଆରମ୍ଭ ହେଉଛି । ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩, ୨୦୨୪ରେ ଶେଷ ହେବ। ସିବିଏସଇ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ରେ ଶେଷ ହେବ ।