ଗତ ସପ୍ତାହରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ନେହରୁଙ୍କ ଭୁଲ ଯୋଗୁଁ ପିଓକେ ପାକିସ୍ତାନ କବଜାରେ ରହିଛି । ଏହା ସହିତ ସେ କହିଥିଲେ ଯେ, ପିଓକେ ଭାରତର, ଏଥିପାଇଁ ୨୪ଟି ଆସନ ସଂରକ୍ଷିତ ରହିଛି ।
ସୂଚନାଯୋଗ୍ୟ ଯେ, ଭାରତର ସୁପ୍ରିମକୋର୍ଟ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତିକୁ ଯଥାର୍ଥ ଓ ସାମ୍ବିଧାନିକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଥିବା ୫ ଜଣିଆ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ଯେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା, କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେଇଥିଲେ ତାହା ସମ୍ବିଧାନ ପରିସର ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ଥିଲା। ଏହା ସହ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବାକୁ କୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।