Ginger Garlic.jpg

ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ

State

ginger-garlic

କୋରାପୁଟ  : କୋରାପୁଟର ଚାଷୀଙ୍କ ପାଇ ଭଲ ଖବର । ଛତିଶଗଡକୁ ରପ୍ତାନି ହେବ କୋରାପୁଟର ଅଦା ଓ ହଳଦୀ। କୋରାପୁଟ ଜିଲ୍ଲାର କୃଷି ଉତ୍ପାଦକ ଗୋଷ୍ଠୀଙ୍କ ସହ ରାୟପୁରର ସନଫ୍ଲାଗ ଆଗ୍ରୋଟେକ କରିଛି ଚୁକ୍ତିନାମା । କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ସହଯୋଗରେ ହୋଇଛି ଚୁକ୍ତିନାମା। ଓରମାସ,ନାବାର୍ଡ ସହାୟତାରେ ଗଠିତ କୃଷି ଉତ୍ପାଦକ ଗୋଷ୍ଠୀ ସମେତ ଜିଲ୍ଲାର ଅନ୍ୟ କିଛି କୃଷି ଉତ୍ପାଦକ ଗୋଷ୍ଠୀଙ୍କ ଠାରୁ ଉତ୍ପାଦିତ ହଳଦୀ ଓ ଅଦା ସିଧା ସଳଖ କିଣିବ ସନ ଫ୍ଲାଗ ଆଗ୍ରୋଟେକ । ପ୍ରଥମ ପର୍ଯ୍ୟାୟରେ ୪୦୦ ଟନ ହଳଦୀ ଓ ୨୦୦ଟନ ଅଦା କିଣିବାକୁ ନିଷ୍ପତି ନେଇଛି ସନଫ୍ଲାଓର ଆଗ୍ରୋଟେକ ସଂସ୍ଥା । ପରବର୍ତ୍ତୀ ସମୟରେ ଅଧିକ ପରିମାଣର କିଣିବ। ଏହା ସହ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ପ୍ରସେସିଂ ୟୁନିଟ ମଧ୍ୟ ସ୍ଥାପନ କରାଯିବ ବୋଲି ଆଗ୍ରୋଟେକ ସଂସ୍ଥା ପକ୍ଷରୁ କୁହାଯାଇଛି ।