Img 20240202 Wa0261

ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୪ ଅନୁଷ୍ଠିତ; ୪୦୦୦ରୁ ଉର୍ଧ୍ଵ ଆଶାୟୀ ପ୍ରାର୍ଥୀ ହେଲେ ନିଯୁକ୍ତି ପର୍ବରେ ସାମିଲ

State

ସ୍ବପ୍ନ ପୁରଣ ପାଇଁ ସ୍ୱାବଲମ୍ବୀ ହେବାପାଇଁ ଉପଦେଶ ଦେଲେ ଜିଲ୍ଲାପାଳ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୪ ଶୁକ୍ରବାର ଦିନ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ସମସ୍ତ ଆଶାୟୀ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ସମ୍ମାନ୍ନନିୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ , ସାଧାରଣ ପ୍ରବନ୍ଧକ, ଓଡିଶା ସରକାର ଉଦ୍ୟୋଗ ନିର୍ଦ୍ଧେଶାଳୟ, ଶ୍ରୀ ବଳଭଦ୍ର ମାଝୀ, ଡେପୁଟି ନିର୍ବାହୀ ଅଧିକରୀ ଶ୍ରୀ ବିମାନ ମଲ୍ଲ, ଯୋଗଦାନ କରିଥିବା ବେଳେ ଏହି ନିଯୁକ୍ତ ମେଳାର ମୁଖ୍ୟ ସଂଯୋଜନା, ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆ କରିଥିଲେ | ସୂଚନା ଥାଉକି ଏହି ନିଯୁକ୍ତି ମେଳାରେ ୬୦ ରୁ ଉର୍ଧ୍ଵ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ୪୦୦୦ରୁ ଉର୍ଧ୍ଵ ଯୁବ ପ୍ରତିଭା ମାନଙ୍କୁ ନିଯୁକ୍ତି ଦେବାପାଇଁ ଆସିଥିବାର ସୂଚନା ପ୍ରାପ୍ତ ହୋଇଛି | ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଜିଲ୍ଲାପାଳ ଶ୍ରୀ ଠାକରେ ସମସ୍ତ ନିଯୁକ୍ତି ଷ୍ଟଲ ପରିଦର୍ଶନ କରି ଆଶାୟୀ ପ୍ରାର୍ଥୀ ମାନଙ୍କ ସହିତ କଥା ହୋଇଥିଲେ ଏବଂ ସମସ୍ତ ନବ ନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ସାଧୁବାଦ ଜଣାଇଥିଲେ | ପ୍ରକାଶ ଥାଉକି, ଏହି ନିଯୁକ୍ତି ମେଳାରେ ଓଡିଶା ଏବଂ ଓଡିଶା ବାହାରୁ ଅନୁଷ୍ଠାନ ଆସିଥିଲେ ଏବଂ ଓଡିଶା ସରକାରଙ୍କର ୧୦୭ଟି ଲକ୍ଷ୍ମୀ ବସ ପାଇଁ ବ୍ଲକ ସ୍ତରୀୟ ସୁପରଭାଇଜର ନିଯୁକ୍ତି ଏହି ମେଳା ଠାରେ ଅନୁଷ୍ଠିତ ହୋଇଥିଲା | ଜିଲ୍ଲାପାଳ ସମସ୍ତ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଏହି ନିଯୁକ୍ତି ମେଳାଠାରେ ପ୍ରେରଣାଦାୟକ ଭାଷଣ ଦେଇଥିବା ବେଳେ ସମସ୍ତଙ୍କୁ ନିଜ ସ୍ବପ୍ନ ପୁରଣ କରିବା ପାଇଁ ନିଜକୁ ସ୍ୱାବଲମ୍ବୀ ହେବାପାଇଁ ଉପଦେଶ ଦେଇଥିଲେ | ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍ରୁ ସମସ୍ତ ଅସହାୟି ପ୍ରାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ |