Accident .jpg

ପୁରୀ କୋଣାର୍କ ମେରାଇନ ରାସ୍ତାରେ ଦୁର୍ଘଟଣା, ବୃଦ୍ଧା ମୃତ

State

accident-

ପୁରୀ: ପୁରୀ କୋଣାର୍କ ମେରାଇନ ରାସ୍ତାରେ ଛାତିଥରା ଦୁର୍ଘଟଣା l ଦୁର୍ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ  ବୃଦ୍ଧାଙ୍କର ମୃତ୍ୟୁ ଘଟିଛି l ପୁରୀ କୋଣାର୍କ ରୋଡ ବାଲିଘାଇ ନିକଟରେ ଦୁଇ କାର ମଧ୍ୟରେ ଦୁର୍ଘଟଣା ଘଟିଛି l ଉଭୟ ଗାଡିରେ ବସିଥିବା ଯାତ୍ରୀମାନେ ଆହତ ହୋଇଛନ୍ତି l

ସ୍ଥାନୀୟ ଲୋକେ ଆହତଙ୍କୁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ  କରିଛନ୍ତି l ତେବେ ଏପରି ଛାତିଥରା ଦୁର୍ଘଟଣା କାହିଁକି ଏବଂ କିପରି ଘଟିଲା ତାହା ଅସ୍ପଷ୍ଟ ରହିଛି l ଦୁଇ କାର ମଧ୍ୟରେ ଧକ୍କା ଫଳରେ ଚୁରମାର ହୋଇଛି କାର l ତେବେ ଉଭୟ ଗାଡି ରେ ଯାତ୍ରା କରୁଥିବା ଯାତ୍ରୀ ଏବଂ ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଆହତଙ୍କ ପରିଚୟ ମିଳିପାରିନି l