Onn 3

ଲାଞ୍ଚ ମମାଲାରେ ତତ୍‌କାଳୀନ ସହକାରୀ ଯନ୍ତ୍ରୀ ନିର୍ଦ୍ଧୋଶରେ ଖଲାସ

State

ବାରିପଦା: ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୬ ମସିହାରେ ବହଳଦା ବ୍ଲକ ର ଶଶ ଗ୍ରାମପଞ୍ଚୟତରରେ ଶଶ ଗ୍ରାମର ଅଭିଯୋଗକାରୀ କଳିଙ୍ଗ ବେହେରା ଏକ କାଳୀନ ତିନିଗୋଟି କର୍ଯ୍ୟ କରିବା ପାଇଁ ଓାର୍କ ଅର୍ଡର ମନରେଗା ଯୋଜନା ରେ ପାଇଥିଲେ । ସେଥି ମଧ୍ୟରୁ ଶଶ କାଜୁବଣ ଠାରୁ ଜାହିରା ଗ୍ରାମର ୧,୩୦,୦୦୦ ଟଙ୍କା, ଅନ୍ୟ ଏକ କାମ ଲାଲବନ୍ଧ ରୁ ଲାଲଟୁଙ୍ଗୁରୁି ଏକ ସପ୍ତାହର କାମ ଏବଂ ଅଭିଯୋଗକାରୀ ର ନିଜସ୍ୱ ଏକ ଜମିକୁ ଉନ୍ନତି କରିବା ପାଇଁ ଗ୍ରାମ ସଂଯୋଜକ ହିସାବରେ ପାଇଥିଲେ । ପ୍ରଥମ କାମର ଫାଇନାଲ ବିଲ ୧,୩୦,୦୦୦ ଟଙ୍କାର ଏବଂ ଅନ୍ୟଗୋଟି ର ମେଜରମେଣ୍ଟ କରିବାପାଇଁ ବହଳଦା ବ୍ଲକ ର ସହକାରୀ ଯନ୍ତ୍ରୀ ଆଠହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ବାବଦରେ ଅଭିଯୋଗକାରୀ ବାଲେଶ୍ୱର ଭିଜିଲାନ୍ସ ଏସ ପି ଙ୍କ ନିକଟରେ ଏକ ଲିଖିତ ଏତାଲା ପ୍ରଦାନ କରିଥିଲେ ।

ଏ ବାବଦରେ ଭିଜିଲାନ୍ସ କେସ ନମ୍ବର ୯/୨୦୧୬ ରେ ଏକ ମାମଲା ରୁଜୁ କରାଯାଇଥିଲା । ସହକାରୀ ଯନ୍ତ୍ରୀ ଆଠହଜାର ଟଙ୍କା ନିଜ ସରକାରୀ କ୍ୱାଟାରରେ ଅଭିଯୋଗକାରୀ ଙ୍କ ଠାରୁ ନେଉଥିବା ସମୟରେ ରଙ୍ଗେ ହାତରେ ଧରା ପଡିଥିଲେ । ସମସ୍ତ ସାକ୍ଷୀ ଏବଂ ଦଲିଲ ଦସ୍ତାବିଜକୁ ବିଚାରକୁ ନେଇ ବାରିପଦା ଭିଜିଲାନ୍ସ ସ୍ପେଶାଲ ଜଜ୍ ସପୃକ୍ତ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀ ଙ୍କୁ ନିର୍ଦ୍ଧୋଶରେ ଖଲାସ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି । ଉକ୍ତ କେସକୁ ଅଭିଯୁକ୍ତ ଙ୍କ ପକ୍ଷରୁ ବାରିପଦା ଆଇନଜିବୀ କୈଳାସ ଚନ୍ଦ୍ର ସ ମାମଲା ପରିଚାଳନା କରିଥିଲେ ।