ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଜିଲ୍ଲାୱାରୀ ତାଲିକା ଠିକ ଢଙ୍ଗରେ ପ୍ରସ୍ତୁତ କରାଯାଇ ନାହିଁ । ବାଲେଶ୍ବର ଜିଲ୍ଲା ପାଇଁ ପ୍ରସ୍ତୁତ ତାଲିକା ପ୍ରସଂଗରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯେଉଁ ପ୍ରାର୍ଥୀ ଅନ୍ୟ ଜିଲ୍ଲାକୁ ପ୍ରଥମ ପ୍ରିଫରେନ୍ସ ଭାବେ ବାଛି ଥିଲେ ତାଙ୍କ ନାଁ ବାଲେଶ୍ବର ଜିଲ୍ଲା ସଂପର୍କିତ ତାଲିକାରେ ସ୍ଥାନ ପାଇଛି ବୋଲି ଦର୍ଶାଇଥିଲେ ଆବେଦନକାରୀ । ଏଥିସହିତ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ରାଜ୍ୟରେ ୧୮ ହଜାରରୁ ଉର୍ଦ୍ଧ୍ବ ଆଶାୟୀ କନିଷ୍ଠ ଶିକ୍ଷକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓସେପା ଏହି ପରୀକ୍ଷା ପରିଚାଳନା କରିଥିଲା ।