Onn 3

ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଜୀବନ ହାରିଲେ ବାଇକ୍‌ ଆରୋହୀ

State

Capture୩

କାମାକ୍ଷାନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡ଼ି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ସର୍ବେଶ୍ବର ଚୌଧୁରୀ (୫୦)।
ସୂଚନା ଅନୁସାରେ ସାଂସଦ ଜୁଏଲ ଓରାମ ଆଜି ଅପରାହ୍‌ଣରେ ଭୁବନେଶ୍ବରରୁ ସୁନ୍ଦରଗଡ଼ ଅଭିମୁଖେ ନିଜ କାର୍‌ରେ ଯାଉଥିଲେ। ସେ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପୁରୁଣା ରେକୁଳା ନିକଟରେ ମଧ୍ୟାହ୍ନରେ ଦୁର୍ଘଟଣାର ସାମ୍ନା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧୀନ କମଗରାପ।ଟଣା ଗାଁର ସର୍ବେଶ୍ବର ଚୌଧୁରୀ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସାଂସଦଙ୍କ କାର ସହିତ ମୁହାଁମୁହିଁ ସାମ୍ନା କରିଥିଲେ। କିନ୍ତୁ ସେହି ସମୟରେ ସାଂସଦଙ୍କ ଗାଡ଼ିର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ସର୍ବେଶ୍ବର ଚୈାଧୁରୀ ଗୁରୁତର ହୋଇଥିଲେ।
ଏହି ଦୁର୍ଘଟଣା ପରେ ଆହତ ସର୍ବେଶ୍ବରଙ୍କୁ ନିଜେ ସାଂସଦ ଉଦ୍ଧାର କରି ପାଇଲଟିଙ୍ଗ ଗାଡ଼ିରେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ କ୍ଷୋଭର ବିଷୟ ଯେ, ସେଠାରେ ସର୍ବେଶ୍ବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସାଂସଦ ଜୁଏଲ ଓରାମ ଏହି ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଛି। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା।