Onn 3

ଏସବୁ ସ୍ଥାନରୁ ଆରମ୍ଭ ହୋଇପାରେ ୩ୟ ବିଶ୍ବଯୁଦ୍ଧ, ଚାଟ୍ ଜିପିଟିର ଭବିଷ୍ୟବାଣୀ

National & International

download

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଓ ଇସ୍ରାଏଲ୍-ହାମାସ ଯୁଦ୍ଧ ଆରମ୍ଭ ହେବା ପରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିଯାଇଥିଲା । ଏପରିକି ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ବୋଲି ଲୋକେ ବିଶ୍ୱାସ କରିବା ଆରମ୍ଭ କରିଥିଲେ । କିନ୍ତୁ ଆମେରିକା ଏବଂ ଉପସାଗରୀୟ ଦେଶମାନଙ୍କର ହିତାହିତ ଜ୍ଞାନ ବୋଧହୁଏ ପୃଥିବୀକୁ ଏହି ସଂକଟରୁ ଉଦ୍ଧାର କରିଥିଲା । କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆର ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଥିବା ଏଆଇ ବଟ୍ ଚାଟ୍-ଜିପିଟି ଏକ ଭୟଙ୍କର ଭବିଷ୍ୟବାଣୀ କରିଛି। ଚାଟ୍-ଜିପିଟି ୬ଟି ଦେଶର ନାମ ଘୋଷଣା କରିଛି ଯେଉଁଠାରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରିବ ।
ଏସବୁ ସ୍ଥାନ ମଧ୍ୟରେ ପ୍ରଥମେ ରହିଛି କୋରିଆ ଉପଦ୍ବୀପ, ଯେଉଁଠାରେ ଉତ୍ତର-କୋରିଆ ଦିନକୁ ଦିନ ଶକ୍ତିଶାଳୀ ହୋଇଚାଲିଛି । ଦ୍ବିତୀୟ ସ୍ଥାନରେ ଅଛି ପୂର୍ବ-ୟୁରୋପ, ଯେଉଁଠାରେ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଛି । ତାହା ତଳକୁ ରହିଛି ମଧ୍ୟପ୍ରାଚ୍ୟ ଯେଉଁଠାରେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି । ପୁଣି ସିରିୟା, ୟେମେନ ଆଦିରେ ଗୃହଯୁଦ୍ଧ ଲାଗିଛି । ୩ୟ ଅଂଚଳଟି ହେଉଛି ତାଇଓ୍ବାନ । ତାଇଓ୍ବାନକୁ ଅଧିକାର କରିବାକୁ ନେଇ ଚୀନ ଆକ୍ରମଣ କରିବାକୁ ଧମକ ଦେଉଛି । ଏପରି ହେଲେ ଆମେରିକା ବି ହସ୍ତକ୍ଷେପ କରିପାରେ । ସେହିପରି ଦକ୍ଷିଣ-ଚୀନ ସାଗରରେ ବି ଉତ୍ତେଜନା ଲାଗି ରହିଛି । ଏହି ତାଲିକାରେ ଭାରତ-ପାକିସ୍ତାନ ମଧ୍ୟ ଅଛନ୍ତି । କଶ୍ମୀରକୁ ଦୁଇ ଦେଶ ମଧ୍ୟରେ ୩ ଥର ଯୁଦ୍ଧ ହୋଇସାରିଲାଣି । ପୁଣି ପାକିସ୍ତାନ ପକ୍ଷରୁ ଭାରତରେ ଆତଙ୍କବାଦକୁ ପ୍ରେତ୍ସାହନ ଦିଆଯାଉଛି ।