Srr

ବ୍ରାହ୍ମଣୀ ନଦୀରେ ଶୌଚ ହେବା ବେଳେ ଝାମ୍ପିନେଲା କୁମ୍ଭୀର

National & International

କେନ୍ଦ୍ରାପଡ଼ା: ଶୌଚ ପାଇଁ ଯିବା ହେଲା କାଳ । ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର । କିଛି ସମୟ ଭିତରେ ଘଟିଗଲା ବଡ଼ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ହଂସୁଆ ନଦୀରେ ବାଇଧର ମଲ୍ଲିକ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି । ବିଲରେ ପାଣି ମଡ଼ାଉଥିବା ସ୍ତ୍ରୀ ଆଖି ସାମ୍ନାରେ ସ୍ବାମୀକୁ କୁମ୍ଭୀର ଟାଣି ନେଇଥିଲେ ମଧ୍ୟ କିଛି କରିପାରିନଥିଲେ ସେ । ବାଇଧରଙ୍କୁ ଉଦ୍ଧାର ପାଇଁ ହଂସୁଆ ନଦୀରେ ଖୋଜାେଖାଜି ଚାଲିଛି ।