Onn 3

ରାମଲଲ୍ଲାଙ୍କ ଆଖି ଓ ହସକୁ ନେଇ ଶିଳ୍ପୀ ‌ଯୋଗୀରାଜ ଦେଲେ ଏଭଳି ପ୍ରତିକ୍ରିୟା

National & International

b7868ac3-f424-4a27-a7bf-207a04a07512

ନୂଆଦିଲ୍ଲୀ: କର୍ଣ୍ଣାଟକର ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିଥିଲେ। ଆଜି ବିଶ୍ବ ଯେଉଁ ରାମଲଲ୍ଲାଙ୍କ ମୂର୍ତ୍ତିକୁ ଦେଖି ଖୁସି ହେବା ସହିତ ଭକ୍ତିଭାବରେ ବୁଡ଼ି ଯାଇଛି ତାହାକୁ ଯୋଗୀରାଜ ଖୁବ ନିଷ୍ଠାର ସହ ତିଆରି କରିଥିଲେ।

ରାମଲଲ୍ଲାଙ୍କ ହସ ଓ ଆଖି ଖୁବ ଆକର୍ଷିତ ରହିଛି, ଏହାକୁ କେମିତି ଗଢ଼ିଲ ତାହାକୁ ନେଇ ଅନେକ ଲୋକ ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ପ୍ରଶ୍ନ କରିଛନ୍ତି।  ଏହାକୁ ନେଇ ଶିଳ୍ପୀ ଅରୁଣ ଯୋଗୀରାଜ କହିଛନ୍ତି, ‘ମୂର୍ତ୍ତି ସିନା ମୁଁ ଗଢ଼ୁଥିଲି କିନ୍ତୁ କ’ଣ କେମିତି ଗଢ଼ା ହେବ ସେ ରାମଲଲ୍ଲା ହିଁ କରୁଥି‌ଲେ। ରାମଲଲ୍ଲାଙ୍କ ମୂର୍ତ୍ତି ଗଢ଼ିବା ପୂର୍ବରୁ ମୁଁ ଅନେକ ଗବେଷଣା କରିଛି। କାରଣ ପଥର ଉପ‌ରେ ଥରେ ଖୋଦେଇ ହୋଇଗଲେ ତାହାକୁ ଆଉ ଲିଭାଇ ହୋଇ ନଥାଏ।

ଏକହଜାରରୁ ଅଧିକ ଶିଶୁଙ୍କ ଫଟୋ ଫୋନରେ ସେଭ କରି ରଖିଥିଲି। ଅନେକ ପିଲାଙ୍କ ସହିତ ମିଶିଥିଲି। ପିଲାମାନେ ହସିଲେ ମୁଖରେ କେଉଁକେଉଁ ଅଂଶରେ କ’ଣ ପରିବର୍ତ୍ତନ ହେଉଛି ତାହାକୁ ଲକ୍ଷ୍ୟ କରିଥିଲି।ଅନେକ  ୫ବର୍ଷ ଶିଶୁର ମୁଖକୁ ଆଧାର କରି ମୁଁ ରାମଲଲ୍ଲାଙ୍କ ମୁଖ ଓ ଆଖି ଗଢ଼ିଥିଲି। ବାସ୍ତବ କଥା ତ ହେଲା ମୋତେ ମୂର୍ତ୍ତି ଗଢ଼ିବା ସମୟରେ ଲାଗୁଥିଲା କି ରାମଲଲ୍ଲା ମୋତେ ଯେମିତି କହୁଛନ୍ତି ମୁଁ ସେମିତି ଗଢ଼ି ଚାଲୁଥିଲି।’

‌ମୂର୍ତ୍ତି କାମ ଶେଷପରେ ଚୟନ ପ୍ରକ୍ରିୟା ଆସିଥିଲା। ମୁଁ ଗଢ଼ିଥିବା ମୂର୍ତ୍ତି ଯେତେବେଳେ ଶ୍ରୀରାମ ମନ୍ଦିରରେ ସ୍ଥାପନା ହେବାକୁ  ଚୟନ ହେଲା ମୁଁ କିଛିସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲି।  ଜାନୁଆରି ୨୨ ତାରିଖରେ ପ୍ରାଣପ୍ରତିଷ୍ଠା ପରେ ଯେତେବେଳେ ଗର୍ଭଗୃହରେ ମୁଁ ରାମଲଲ୍ଲାଙ୍କୁ ଦେଖିଥିଲି ସେଥିରେ ଏକ ଅଦ୍ଭୁତ ଶକ୍ତି ଭରି ଯାଇଥିଲା। ତାଙ୍କ ମୁଖ ମଣ୍ଡଳକୁ ସିଧାସଳଖ ଚାହିଁ ହେଉ ନଥିଲା। ୭ମାସ ଧରି ଯାହାଙ୍କୁ ଗଢ଼ିଥିଲି ସେ ଗର୍ଭଗୃହରେ ଚଳନ୍ତି ପ୍ରତିମା ଭଳି ଲାଗୁଥିଲେ।’