Onn 3

ସବୁଠୁ ଧନୀ ମନ୍ଦିର ହେବ ଅଯୋଧ୍ୟା ରାମ ମନ୍ଦିର!

National & International

fhsfhfhfhfh-1-750x430

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏବେ ଅଯୋଧ୍ୟା ହିନ୍ଦୁ ଏବଂ ରାମଭକ୍ତମାନଙ୍କ ପାଇଁ ଏକ ‌ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ତେଣୁ ଆଗାମୀ ଦିନରେ ଏହା ଉତ୍ତର ପ୍ରଦେଶ ସରକାରଙ୍କ ପାଇଁ ରାଜସ୍ବ ଆୟର ଏକ ଖଣି ପାଲଟିବ ବୋଲି ଆଶା କରାଯାଉଛି। ୨୦୨୫ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ବରେ ଅତିରିକ୍ତ ୨୫୦୦୦ କୋଟି ଟଙ୍କାର ରାଜସ୍ବ ଆସିବ ବୋଲି କୁହାଯାଉଛି। ୨୦୨୨ରେ ୨.୨୧ କୋଟି ଶ୍ରଦ୍ଧାଳୁ ଅଯୋଧ୍ୟା ଆସିଥିଲେ। ଲୋକମାନେ ମନ୍ଦିର ଯାଇ ବିଭିନ୍ନ ମାନସିକ କରୁଛନ୍ତି। ମାନସିକ ପୂରଣ ହେଲେ ସେମାନେ ମନ୍ଦିରରୁ ସୁନା, ରୁପା, ଟଙ୍କା ଠାରୁ ଆରମ୍ଭ କରି ଅନ୍ୟ ମୂଲ୍ୟବାନ ଜିନିଷ ଦାନ କରୁଛନ୍ତି। ତେଣୁ ଏହା ଦେଶର ସବୁଠୁ ଧନୀ ମନ୍ଦିର ହେବ ବୋଲି ଆକଳନ କରାଯାଇଛି। େଶର ମନ୍ଦିରଗୁଡ଼ିକୁ ଦେଖିଲେ କେରଳର ପଦ୍ମନାଭ ସ୍ବାମୀ ମନ୍ଦିର ସବୁଠୁ ଧନୀ।
କେରଳ ରାଜଧାନୀ ତ୍ରିବେନ୍ଦ୍ରମରେ ଥିବା ଏହି ମନ୍ଦିରରେ ଅନେକ ମୂଲ୍ୟବାନ ସଂପତ୍ତି ରହିଛି। ଏକ ରିପୋର୍ଟ ଅନୁସାରେ ଏଠାରେ ୨୦ ବିଲିଅନ ଡଲାର ମୂଲ୍ୟର ସଂପତ୍ତି ରହିଛି। ଏଥିସହିତ ଗର୍ଭଗୃହରେ ଥିବା ମୂର୍ତ୍ତିରେ ଯେଉଁ ସୁନା ରହିଛି ତାହାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ। ଦ୍ବିତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ବାଲାଜୀ ରହିଛି। ଏହି ମନ୍ଦିର କିନ୍ତୁ ଦାନ ହିସାବରେ ଦେଖିଲେ ବିଶ୍ବର ସବୁଠୁ ଧନୀ ମନ୍ଦିର। ଭକ୍ତମା‌ନେ ଏହି ମନ୍ଦିରକୁ ବର୍ଷକୁ ପ୍ରାୟ ୬୫୦ କୋଟି ଟଙ୍କା ଦାନ କରିଥାନ୍ତି। ମନ୍ଦିରରେ ୯ ଟନ ସୁନା ଏବଂ ବିଭିନ୍ନ ବ୍ୟାଙ୍କରେ ୧୪ ହଜାର କୋଟି ଟଙ୍କାର ମିଆଦି ଜମା ରହିଛି। ଏହି ତାଲିକାରେ ମହାରାଷ୍ଟ୍ରର ଶିରିଡ଼ି ସାଇବାବାଙ୍କ ମନ୍ଦିର ନାମ ରହିଛି। ମନ୍ଦିରର ବ୍ୟାଙ୍କ ଖାତାରେ ୧୮୦୦ କୋଟି ଟଙ୍କାର ଜମାରାଶି ରହିଛି।