Onn 3

ପୁଅର ଟାଙ୍ଗିଆ ଚୋଟରେ ବାପା ଆହତ

Crime State

sdf

ଗଞ୍ଜାମ: ପୁଅର ଟାଙ୍ଗିଆ ଚୋଟରେ ବାପା ଆହତ । ଆକ୍ରମଣ ସମୟରେ ପ୍ରତିଆକ୍ରମଣର ଶିକାର ହୋଇ ପୁଅ ମଧ୍ୟ ଆହତ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅତରଙ୍ଗ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆହତ ବାପା ଜଣକ ହେଲେ ଉକ୍ତ ଗାଁର ଚିତ୍ରସେନ ବିଶ୍ୱାଳ ।

ଉଭୟ ଆହତ ଅବସ୍ଥାରେ ଆସିକା ମେଡିକାଲ ରେ ଭର୍ତି ହୋଇଛନ୍ତି । ଘରର ବକେୟା କରଜକୁ କେନ୍ଦ୍ରକରି ଉଭୟ ବାପା ଚିତ୍ରସେନ ଓ ପୁଅ ଉତ୍ତମ ବିଶ୍ୱାଳଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ, ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଆକ୍ରମଣ କରିଥିଲା । ତେବେ ଉଭୟ ଆହତ ବର୍ତ୍ତମାନ ବିପଦମୁକ୍ତ ଥିବା ଜଣାପଡିଛି ।