Onn 3

ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା

Crime State

truck-3

ଅନୁଗୁଳ  : ଅନୁଗୁଳରେ ଦୁର୍ଘଟଣା ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ଯେଉଁଠି ଟ୍ରାଫିକ ସେଇଠି ଦୁର୍ଘଟଣା ଘଟିଛି। ଅନୁଗୋଳ ଥାନା ଛକରେ ଟ୍ରାଫିକ ଥାଇ ମଧ୍ୟ ଦୁର୍ଘଟଣାରେ ଜଣେ ଆଶା ଦିଦିଙ୍କ ମୃତ୍ୟୁ ହୋଇଛି । ରାସ୍ତା ପାର ହେଉଥିବା ବେଳେ ଆଶାଦିଦିଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଆଶା ଦିଦିଙ୍କ ମୃତ୍ୟୁ ଘଟିଥିଲା । ଏହାକୁ କେନ୍ଦ୍ର କରି ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେଇଛନ୍ତି ।