Onn 3

ଏମ୍.ପି.ସି. କଲେଜ୍ ପାଇଁ ବି.ସି.ଜେ.ଡି. ଘୋଷଣା କଲା ୨୬ ଜଣିଆ କ୍ୟାମ୍ପସ୍ କମିଟି

State

ଅନ୍ଵେଷିତା ହେଲେ ଆବାହିକା

ବାରିପଦା: ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ୍ କମିଟି ଗଠନ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିସିଜେଡି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଅନ୍ଵେଷିତା ତ୍ରିପାଠୀଙ୍କ ଆବାହକତ୍ୱରେ ଗଠିତ ଏହି ୨୬ ଜଣିଆ କମିଟିରେ ରାହୁଲ ଘଡେଇ ଓ ପବିତ୍ର ଦାସ ସହ-ଆବାହକ, ଦିଲ୍ଲୀପ ସୋରେନ୍, ପ୍ରତ୍ୟୁଷ ମହାନ୍ତ, ପ୍ରିୟଙ୍କା ସାମନ୍ତରାୟ ଓ ଆକାଶ ରୋଜୋକ୍-କ୍ରୀଡ଼ା ପ୍ରତିନିଧି, ଜୟଦୀପ୍ ସାହୁ, ବିଶ୍ବଭୂଷଣ ଗିରି, ସମ୍ବିତ୍ ସାହୁ ଓ ସଞ୍ଜୀବ ମହାନ୍ତ-ସାଂସ୍କୃତିକ ପ୍ରତିନିଧି, ଦିବ୍ୟଦର୍ଶିନୀ ବିଶ୍ଵାଳ, ପ୍ରତ୍ୟୁଷ କୁମାର ମହାନ୍ତ, ଇରାମ ରେହମନ୍ ଓ ଦେବାଶିଷ ସେଠୀ-ସାମାଜିକ କାର୍ଯ୍ୟକ୍ରମ ପ୍ରତିନିଧି, ପ୍ରିୟ ରାଜପୁତ, ଆରିଓମ୍ ମହାନ୍ତି, ମନିଷା ପଣ୍ଡା ଓ କରୁଣାକର ପାତ୍ର-ହେଲ୍ପ୍ ଡେସ୍କ୍ ପ୍ରତିନିଧି, କ୍ରିଷ୍ଣା ସେଠୀ-ଛାତ୍ରାବାସ ଆବାହକ, କେପି ଜ୍ୟୋତିର୍ମୟୀ ଦାସ ଓ ଗୌରବ ମହାନ୍ତ-ଡେ ସ୍କୋଲାର୍ ସୋସାଇଟି ପ୍ରତିନିଧି ହୋଇଥିବା ବେଳେ ସତ୍ୟ ଅନନ୍ତ ଦାସ, ସଞ୍ଜୟ କୁମାର ପୁଥାଳ, ଇନ୍ଦ୍ରଜିତ୍ ନାୟକ ଓ ଅର୍ପିତା ଚକ୍ରବର୍ତ୍ତୀଙ୍କୁ ସାମାଜିକ ଗଣମାଧ୍ୟମ ପ୍ରତିନିଧି ରୂପେ ଚୟନ କରା ଯାଇଛି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବା କାରଣରୁ ବିସିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଏଭଳି କମିଟି ଗଠନ କରା ଯାଉଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟ ଗଠନ ଦିଗରେ ଏହି କମିଟି କାର୍ଯ୍ୟ କରିବା ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଅନ୍ଵେଷିତା କହିଛନ୍ତି । ଏଥି ସହ କମିଟିର ସମସ୍ତ କର୍ମକର୍ତ୍ତା ମାନେ ସେମାନଙ୍କୁ ମିଳିଥିବା ଦାୟିତ୍ଵ ଯୋଗୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ରାଜ୍ୟ ସାଂଗଠାନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିସିଜେଡି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିସିଜେଡି ଜିଲ୍ଲା ସଭାପତି ସୁନିଲ୍ କୁମାର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।