Photo For The News Of Arpan Ratha At Purusandha

ପୁରୁଷଣ୍ଢ ଓ ବିଟିପୁରରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ବନ୍ତ ବ୍ଳକ ପୁରୁଷଣ୍ଢ ପଂଚାୟତରେ ଶନିବାର ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିଛି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିର ତାଳେ ତାଳେ ପୁରୁଷଣ୍ଢ ଗ୍ରାମରେ ଏହି ରଥ ପରିକ୍ରମା କରିବା ସହ ପ୍ରତ୍ୟେକ ଘରୁ ଗୋଆ ଓ ଚାଉଳ ସଂଗ୍ରହ କରିଯାଇଥିଲା । ଏଥିରେ ଶତାଧିକ ଲୋକ ସାମିଲ ଥିଲେ । ଶ୍ରୀ ସାମଲଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ,ସରପଂଚ ପ୍ରକାଶ ବିଶ୍ୱାଳ,ସମିତି ସଭ୍ୟା ସୁଶୀଳା ଜେନା,ପୁରୂୁଷଣ୍ଢ ସମବାୟ ସମିତି ସଭାପତି ପ୍ରଶାନ୍ତ ଦାସ,ରାମଚନ୍ଦ୍ର ନାୟକ ଓ ଅନେକ ବରିଷ୍ଠ ନେତୃତ୍ୱଙ୍କ ସମେତ ବହୁ ମହିଳା କର୍ମୀ ଉପସ୍ଥିତ ଥିଲେ ।

ସେହିପରି ବିଟିପୁର ପଂଚାୟତରେ କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିର ତାଳେ ତାଳେ ବିଧାୟକ ପ୍ରଫୁଲ୍ଲ ସାମଲ ଅର୍ପଣ ରଥର ପୂଜାର୍ଚ୍ଚନା କରିବା ପରେ ଏହା ଗ୍ରାମ ପରିକ୍ରମା କରିବା ସହ ପ୍ରତ୍ୟେକ ଘରୁ ଗୋଆ ଓ ଚାଉଳ ସଂଗ୍ରହ କରିଯାଇଥିଲା । ଏଥିରେ ଶ୍ରୀ ସାମଲଙ୍କ ସମେତ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ,ସରପଂଚ ସୁଭଦ୍ରା ସିଂହ,ସମିତି ସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ସପନ ସିଂହ,ମାମୁନି ସିଂହ,ସୁନନ୍ଦ ମହାପାତ୍ର,ବସନ୍ତ ପତି ଓ ଅନେକ ବରିଷ୍ଠ ନେତୃତ୍ୱଙ୍କ ସମେତ ବହୁ ମହିଳା କର୍ମୀ ଉପସ୍ଥିତ ଥିଲେ ।

Photo For The News Of Arpan Rath At Btpur