Onn 3

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ

State

IMAGE_1705025574

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ହସନପୁର ଟୋଲ୍‌ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ବୋଲି ଜଣାଯାଇଛି ।

ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର ଅଜୟ ସାହୁ ବିଳମ୍ବିତ ରାତିରେ ଜଣେ ସାଙ୍ଗଙ୍କୁ ଧରି କାରରେ ପାରାଦ୍ୱୀପରୁ ଘଟଗାଁ ଫେରୁଥିବା ସମୟରେ ଅସାବଧାନତା ବଶତଃ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଅଜୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରା ଯାଇଛି । ପୋଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।