ମାଲକାନଗିରି: ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି। କାଙ୍ଗେର ଏରିଆ କମ୍ମିଟିର ସଦସ୍ୟ ଭାବେ ସେ ସକ୍ରିୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଧରିବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଆତ୍ମସମର୍ପଣ କରିଛନ୍ତି ଉଙ୍ଗି । ପ୍ରାୟ ୪୦ଟି ହିଂସାକାଣ୍ଡରେ ଉଙ୍ଗି ଜଡିତ ଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ନିତିନ ୱାଦୱାନି ।