Suresh pujari 750x430

ଖୁବଶୀଘ୍ର ଗ୍ରୀଷ୍ମ ପରିସ୍ଥିତି ପାଇଁ ହେବ ସମୀକ୍ଷା, ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

State

ଭୁବନେଶ୍ୱର: ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି। ସୂଚନା ଦେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି କହିଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ ସକାଳୁଆ ଅଛି। ଏସଓପି ବାହାରେ ନିଷ୍ପତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ। ଆଗୁଆ ସ୍କୁଲ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଓଡିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବଶୀଘ୍ର ସମୀକ୍ଷା ହେବ। ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା କରାଯିବ ଏବଂ ଅଧିକ ନିର୍ଦ୍ଦେଶାବଳି ଜାରି କରାଯିବ। ରାଜ୍ୟ ପାଇଁ ଯେଉଁ ଏସଓପି ଜାରି ହୋଇଛି ତାର ବାହାରେ ଲୋକଙ୍କର ଜୀବନ ରକ୍ଷା ପାଇଁ ଯାହା ପଦକ୍ଷେପ ନେବା କଥା ନେଇପାରିବେ। ଆହୁରି ଅଧିକ କଟକଣା ମଧ୍ୟ ଲଗାଇ ପାରିବେ ଏବଂ ଏସଓପି ମଧ୍ୟ ଜାରି କରିପାରିବେ।

ଆଗକୁ ଆହୁରି ତାପମାତ୍ରା ବଢ଼ିପାରେ। ୨୦ ଜିଲ୍ଲାରୁ ହିଟ ଷ୍ଟ୍ରୋକର ଅଭିଯୋଗ ଆସିଛି। ଏହାକୁ ନେଇ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଯତ୍ନ ନେଉଛି। ବିଭାଗ ମଧ୍ୟ ସେ ନେଇ ବ୍ୟବସ୍ଥା କରୁଛି ଯେମିତି କେହି ଅଂଶୁଘାତରେ ପୀଡିତ ହେବେ ନାହିଁ। ଯଦି ପୀଡିତ ହୁଅନ୍ତି ସେମାନଙ୍କୁ କିଭଳି ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯିବ। ଶିକ୍ଷା ଏବଂ ଶ୍ରମ ବିଭାଗ ସହିତ ଆମ ବିଭାଗ ଯୋଗାଯୋଗରେ ଅଛି ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।