Image 1704442089.jpg

ସୋମାଲିଆ ଉପକୂଳରୁ ଜାହାଜ ଅପହୃତ, ଥିଲେ ୧୫ ଜଣ ଭାରତୀୟ

National & International

IMAGE_1704442089

ସୋମାଲିଆ ଉପକୂଳରୁ ଏକ ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଛି। ‘MV LILA NORFOLK’  ଜାହଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ସମସ୍ତ ୧୫ ଜଣ ଜାହାଜର କ୍ରୁ ମେମ୍ବର ବା ଜାହାଜ କର୍ମଚାରୀ।

ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିବା ସୂଚନା ମିଳିଛି। ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।ଜଣେ ଅଧିକାରୀ କହିଛନ୍ତି ଯେ ‘ହାଇଜାକ୍ ହୋଇଥିବା ଜାହାଜ ‘MV LILA NORFOLK’ ଉପରେ କଡା ନଜର ରଖିଛି ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଜାହାଜରେ ମୋଟ ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଥିଲେ। ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ବର୍ତ୍ତମାନ ନୌସାନର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଛି।’