Bjd T.jpg

ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥ

Politics State

BJD-T

ସମ୍ବଲପୁର  : ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୂର୍ବରୁ ପ୍ରମୋଦ ରଥଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ପ୍ରମୋଦ ରଥଙ୍କ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ପ୍ରମାଣ ମିଳିବା ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।