Vigilance

ଖଣି ଉପନିର୍ଦ୍ଦେଶକଙ୍କ ଅମାପ ସମ୍ପତ୍ତି, ନଗଦ ୧୦ ଲକ୍ଷ ଟଙ୍କା ସହ ୯ଟି ପ୍ଲଟ୍ ଠାବ

State

ତାଳଚେର : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ବରରେ ୨ଟି ବହୁତଳ କୋଠା , ୧ କୋଟି ୩୦ ଲକ୍ଷ ଟଙ୍କାର ୩ BHK ଫ୍ଲାଟ୍ ରହିଛି । ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ନଗଦ ୧୦ ଲକ୍ଷ ଟଙ୍କା ଜବତ ସହ ୯ଟି ପ୍ଲଟ୍ ଠାବ ହୋଇଛି । ୧୬ ଲକ୍ଷର ରହିଛି ଫିକ୍ସ ଡିପୋଜିଟ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରରେ ଚାଲିଛି ରେଡ୍ । ଭୁବନେଶ୍ବର ପଟିଆ ଶିଶୁବିହାରରେ ଚାଲିଛି ଚଢ଼ାଉ । ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୭୫ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷ ରେ ସୁଝି ଦେଇଛନ୍ତି ।

ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଯୁବ ହୋଇଯାଇଛି । ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେରରୁ ମଧ୍ୟ ମିଳିଛି ପୂଳା ପୁଳା ଟଙ୍କା । ରେଡ୍ ବେଳେ ମିଳିଛି ଦାମୀ ଘଣ୍ଟା, ସୁନା ଓ ରୂପା । ଚଢ଼ାଉରେ ୧୦ DSP, ୧୬ ଇନ୍ସପେକ୍ଟର ଓ ୭ SI ସାମିଲ ଅଛନ୍ତି ।