Onn 3

ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪

State

ବାରିପଦା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା ବର୍ଷ ୨୦୨୩-୨୪ରେ “ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ” ତା:୦୫.୦୧.୨୦୨୪ ରିଖ ଠାରୁ ତା:୦୭.୦୧.୨୦୨୪ ରିଖ ପର୍ଯ୍ୟନ୍ତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦାଠାରେ ଆୟୋଜନ କରାଯାଉଅଛି । ଏଥିରେ ୩୦ ଗୋଟି ଜିଲ୍ଲାରୁ ମୋଟ ୧୫୦ଟି ପ୍ରକଳ୍ପ ପ୍ରଦର୍ଶିତ କରାଯିବ । ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ, ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଉକ୍ତ ଦିବସ ଗୁଡିକରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବାର କାର୍ଯ୍ୟସୂଚୀ ରହିଛି । ସେହିପରି ସ୍ଵତନ୍ତ୍ର ଅତିଥି ଭାବରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଆଶ୍ଵତୀ ଏସ. ଉଦଘ।ଟନୀ ଉତ୍ସବରେ ଯୋଗଦାନ କରିବେ ।

ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଭାରତୀ ହାଁସଦା, ଜିଲ୍ଲାପାଳ ବିନୀତ ଭରଦ୍ଵାଜ, ଜିଲ୍ଲା ଅ।ରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ମାନ୍ୟବର ବିଧାୟକ ଉଦଳା ଭାସ୍କର ମଢେଇ, ମାନ୍ୟବର ବିଧାୟକ ସାରସକଣ। ଡ. ବୁଢାନ ମୁର୍ମୁ, ମାନ୍ୟବର ବିଧାୟକ ବଡସାହି ସନାତନ ବିଜୁଳି, ମାନ୍ୟବର ବିଧାୟକ ବାରିପଦା ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ମୋରଡା ରାଜକିଶୋର ଦାସ, ବାରିପଦା ପୌର।ଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ମାନ୍ୟବର ବିଧାୟକ ରାଇରଙ୍ଗପୁର ନବ ଚରଣ ମାଝୀ, ମାନ୍ୟବର ବିଧାୟକ ଯଶିପୁର ଗଣେଶ ରାମ ସିଂ ଖୁଣ୍ଟିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରୂପଭାନୁ ମିଶ୍ର, ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର, ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶୁଶାନ୍ତ କୁମାର ଦାସ, ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର, ବରିଷ୍ଠ ବୈଜ୍ଞାନିକ କେ.ଭି.କେ. ଯଶିପୁର ଡ. ଦୀପକ କୁମାର ମହାନ୍ତି ପ୍ରମୁଖ ଉକ୍ତ ଦିନ ଗୁଡିକରେ ଯୋଗଦାନ କରିବେ । ମନୋଜ କୁମାର ପାଢୀ, ନିର୍ଦ୍ଦେଶକ, ଶିକ୍ଷକ ଶିକ୍ଷା ନିର୍ଦ୍ଧେଶ।ଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶାଙ୍କ ସଭାପତିତ୍ଵରେ ଉକ୍ତ ଦିନଗୁଡ଼ିକର ସଭା ଗୁଡିକ ପରିଚାଳିତ ହେବ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଅଛି । ଏଣୁ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ବିଜ୍ଞାନପ୍ରେମୀ ମାନଙ୍କୁ ଅନୁରୋଧ କରାଯାଉଅଛିକି ଉକ୍ତ ଦିନ ଗୁଡିକରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଆଣିଥିବା ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହିତ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରି ନିଜର ବହୁମୂଲ୍ୟ ମତାମତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଆଶା କରାଯାଇଅଛି !