Onn 3

ପ୍ରଦର୍ଶିତ ନାଟକକୁ ନେଇ ସାମ୍ବାଦିକ ସମ୍ମିଳନୀ, ବିବାଦୀୟ ନାଟକ ପାଇଁ କଲେଜ ଅଧ୍ୟକ୍ଷଙ୍କ କ୍ଷମା ପ୍ରାର୍ଥନା

State

ଆଗରପଡ଼ା :ଗତ ୨୨ ତାରିଖରେ ଆଗରପଡ଼ା କଲେଜରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଏକ ନାଟକକୁ ବିରୋଧ କରି ବିଜେପି ମହତାବ ମଣ୍ଡଳ(ଆଗରପଡ଼ା)ର ସଭାପତି ଓ କର୍ମକର୍ତ୍ତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହି ନାଟକରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଥିଲା ।

ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି କଲେଜ ଅଧ୍ୟକ୍ଷ ନାରାୟଣ ପାତ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଦର୍ଶିତ ନାଟକ ଯଦି କାହାକୁ ଆଘାତ ଦେଇଥାଏ ସେଥିପାଇଁ ମୁଁ କ୍ଷମା ମାଗୁଛି ଓ ଏହିପରି ଘଟଣାର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ଯତ୍ନବାନ ହେବି ବୋଲି ସେ ପ୍ରତିଶୃତି ସାମ୍ବାଦିକମାନଙ୍କୁ ଦେଇଥିଲେ ।