Onn 3

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

State

zz

କୋରାପୁଟ: ସୁରକ୍ଷାବାହିନୀକୁ ବଡ଼ଧରଣର ସଫଳତା ମିଳିଛି। କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ଏସ୍‌ଓଜି ଯବାନମାନେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ଗତକାଲି ଅପରାହ୍‌ଣ ସାଢ଼େ ୩ଟାରେ ମାଓ ସାମଗ୍ରୀ ଉଦ୍ଧାର ‌କରିଛନ୍ତି।
କୋରାପୁଟ ଏସ୍‌ପି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, ଗତ ୨୬ ତାରିଖ ଦିନ କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଛକୁଣ୍ଡ ଥାନା ଅଧୀନ ଏକ ଜଙ୍ଗଲରେ ମାଓବାଦୀମାନେ ମାଓସାମଗ୍ରୀ ରଖିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଗତକାଲି (ଡିସେମ୍ବର ୨୭) ଅପରାହ୍‌ଣ ସାଢ଼େ ୩ଟାରେ ସୁରକ୍ଷାକର୍ମୀମାନେ କାଲିମେଳା ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ମାଓସାମଗ୍ରୀ ଠାବ କରିଥିଲେ। ଏହି ସାମଗ୍ରୀଗୁଡ଼ିକ ମାଟି ତଳେ ଲୁଚାଇ ରଖାଯାଇଥିଲା। ମାଓବାଦୀମାନେ ଏହି ସାମଗ୍ରୀକୁ ସାଧାରଣଜନତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରଖିଥିଲେ।