ମନେର ଥାନାର ଖାସପୁର ପଞ୍ଚାୟତର ଜଣେ ଯୁବକ ଗାଁର ଜଣେ ଯୁବତୀଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହା ପ୍ରଚାରିତ ହେବା ପରେ ଯୁବତୀଙ୍କ ଭାଇ ସମ୍ପୃକ୍ତ ଯୁବକଙ୍କୁ ନିର୍ଧୂମ ପିଟିଥିଲେ। ଘଟଣାସ୍ଥଳରୁ ଯୁବକଜଣକ ଖସି ଆସି ଘରେ ସବୁ କଥା କହିଥିଲେ। ଏହାପରେ ପାଖପଡ଼ୋଶୀ ମିଶି ବହୁ ଲୋକ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ମାରପିଟ ହୋଇଥିଲା।
ଖବର ପାଇ ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍କୁ ଟାର୍ଗେଟ କରିଥିଲେ। ସେମାନେ ପୁଲିସ୍ ଉପରକୁ ଆଖି ବୁଜା ପଥର ମାଡ଼ କରିଥିଲେ। ଏଥିସହ ପଥର ମାଡ଼ ଯୋଗୁ ପୁଲିସ୍ ଗାଡ଼ିର କାଚ ଭାଙ୍ଗିରୁଜି ଯାଇଛି। ସୂଚନା ପାଇ ଗାଁରେ ଅଧିକ ପୁଲିସ୍ ଫୋର୍ସ ପଶିବା ସହ ପ୍ରାୟ ୫ ଜଣଙ୍କୁ ଗିରଫ କରିଛି।