Onn 3

‘ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି’: ବୀରେନ୍ଦ୍ର ସିଂହ

National & International

80472863

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂହ ସଭାପତି ଭାବେ ନିର୍ବାଚିତ ହେବାରୁ ପ୍ରତିବାଦ ଆରମ୍ଭ ହୋଇଯାଇଛି।
ଏହାକୁ ନେଇ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କାନ୍ଦିକାନ୍ଦି ଅବସର ଘୋଷଣା କରିଥିଲେ। ଏହାପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବି ଗତକାଲି ସରକାରଙ୍କୁ ପଦ୍ମ ପୁରସ୍କାର ଫେରାଇ ଦେଇଛନ୍ତି।
ଏହି କ୍ରମରେ କୁସ୍ତିଯୋଦ୍ଧା ବୀରେନ୍ଦ୍ର ସିଂହ ସାକ୍ଷୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ସେ ଟୁଇଟର(ଏକ୍ସ)ରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ମୋ ଭଉଣୀ ଓ ଦେଶର ଝିଅ ପାଇଁ ପଦ୍ମଶ୍ରୀ ଫେରାଇ ଦେବି, ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କ ଝିଅ ଓ ମୋ ଭଉଣୀ ସାକ୍ଷୀ ମଲିକଙ୍କୁ ନେଇ ମୁଁ ଗର୍ବ କରେ। ମୁଁ ଦେଶର ଅନ୍ୟ ଶୀର୍ଷ ଖେଳାଳିଙ୍କୁ ବି ଅନୁରୋଧ କରୁଛି କି ସେମାନେ ଏ ପ୍ରସଙ୍ଗରେ ନିଜର ନିଷ୍ପତ୍ତି ଜଣାନ୍ତୁ।’