Onn 3

ରାଜ୍ୟରେ ଆହୁରି ୩ ଦିନ ଜାରି ରହିବ ଘନ କୁହୁଡ଼ି : ପାଣିପାଗ ବିଭାଗ

State

 

12-1-750x430-1

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଏବେ ରାଜ୍ୟରେ ଶୀତ ର ପ୍ରକୋପ କମିଥିବା ବେଳେ ରାତ୍ରି ତାପମାତ୍ରା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି । ଚାରିଆଡେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଯେଉଁ କାରଣରୁ ଗତ ୫ ଦିନ ହେବ ଘନ କୁହୁଡ଼ି ପାଇଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଆଉ ଏଥିପାଇଁ ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଖବର ସାମ୍ନାକୁ ଆସୁଛି । ସକାଳୁ ସକାଳୁ ଘନ କୁହୁଡି ସହ ଶୀତର ଲହରୀ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

ତେବେ ରାଜ୍ୟରେ ଆଉ ୨ ରୁ ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟକୁ ବର୍ତ୍ତମାନ ବଙ୍ଗୋପସାଗରୀୟ ଉଷ୍ଣ ବାୟୁ ପ୍ରବେଶ ଜାରି ରହିଛି । ଏହାଦ୍ୱାରା ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହ କୁହୁଡ଼ି ସମସ୍ୟା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି ।

ଗତକାଲି (ମଙ୍ଗଳବାର) ରାଜ୍ୟରେ ୪ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ, କୋରାପୁଟ ରେ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ଯାହା ସବୁଠୁ ଥଣ୍ଡା ସହର ଥିଲା । ଏହାପରେ ଜି. ଉଦୟଗିରି ରେ ୭.୮ ରେକର୍ଡ କରାଯାଇଥିବା ବେଳେ, ଦାରିଙ୍ଗବାଡ଼ି ରେ ୯.୫ ଓ ସେମିଳିଗୁଡ଼ା ରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସେହିପରି ଟ୍ୱିନ ସିଟିରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ପାଇଛି । ଗତକାଲି ରାତିରେ ଭୁବନେଶ୍ୱରର ତାପମାତ୍ରା ୩୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୭.୫ ଡିଗ୍ରୀ ରେକର୍ଡ କରାଯାଇଛି ।